ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୈବିକ ସାର ଏବଂ ଜୈବ-ସାର (biofertilizers) ସହିତ ରାସାୟନିକ ସାର, ମାଧ୍ୟମିକ ପୋଷକ ତତ୍ତ୍ୱ ଏବଂ ଅଣୁ ପୋଷକ ତତ୍ତ୍ୱର ସଠିକ୍ ବ୍ୟବହାର ମାଧ୍ୟମରେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା (INM) କୁ ପ୍ରୋତ୍ସାହିତ କରିବା, ଯାହା ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଏହାର ଉତ୍ପାଦିକା ଶକ୍ତିରେ ଉନ୍ନତି ଆସିପାରିବ।
ଚାଷୀଙ୍କ ଜମିରୁ ମୃତ୍ତିକା ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରରେ ପରୀକ୍ଷା କରାଯାଏ । ଏହାପରେ ଚାଷୀମାନଙ୍କୁ ଏକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଏ, ଯେଉଁଥିରେ ସନ୍ତୁଳିତ ମାତ୍ରାରେ ଆବଶ୍ୟକୀୟ ସାର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ସହିତ, ଯଦି ମାଟିରେ କିଛି ସମସ୍ୟା ଥାଏ, ତେବେ ତାହାର ନିରାକରଣ ପାଇଁ ଉପଯୁକ୍ତ ପରାମର୍ଶ ମଧ୍ୟ ଦିଆଯାଇଥାଏ ।
୨୦୨୪-୨୫ ବର୍ଷରେ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୫.୧୩ ଲକ୍ଷ ମୃତ୍ତିକା ନମୁନା ପରୀକ୍ଷା କରାଯାଇଛି ଏବଂ ୨୦୨୫-୨୬ ବର୍ଷ ପାଇଁ ୫.୭୦ ଲକ୍ଷ ନମୁନା ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।



